ରିପୋର୍ଟ କାର୍ଡ / ରାୟଗଡ଼ା
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ଗୋବିନ୍ଦା ହୁଇକା। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ଗତ ୨୦ ତାରିଖରେ କୌଣସି କଥାକୁ ନେଇ ସେବାଆଶ୍ରମରେ ଗୋବିନ୍ଦାଙ୍କ ସହ ଷଷ୍ଠ ଶ୍ରେଣୀର ଛାତ୍ରର ଝଗଡ଼ା ହୋଇଥିଲା। ପରେ ଗୋବିନ୍ଦାଙ୍କୁ ସଂପୃକ୍ତ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ। ଗୋବିନ୍ଦା ଏଥିରେ ଆହତ ହୋଇଥିଲେ। ପରେ ତାଙ୍କୁ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଛାତ୍ର ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ଗୋବିନ୍ଦାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବିନ୍ଦାଙ୍କର ମୃତ୍ୟୁ ଘଟିଥିଲା।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..