ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଯୁକ୍ତ ୨ରେ ହେବ ତ୍ରୈମାସିକ ପରୀକ୍ଷା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ CHSE ଅଧ୍ୟକ୍ଷଙ୍କୁ ଚିଠି ଅବଗତ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ୨୦୨୨-୨୩ ଶିକ୍ଷା ବର୍ଷରେ ତ୍ରୈମାସିକ ପରୀକ୍ଷା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ନେଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ସେପ୍ଟେମ୍ବର ୨ୟ କିମ୍ବା ୩ୟ ସପ୍ତାହରେ ଦ୍ୱାଦଶ ଶ୍ରେଣୀ ପ୍ରଥମ ତ୍ରୈମାସିକ ପରୀକ୍ଷା ହେବ। ନଭେମ୍ବରରେ ଦ୍ୱିତୀୟ ଓ ଜାନୁଆରୀରେ ତୃତୀୟ ତ୍ରୈମାସିକ ପରୀକ୍ଷା ହେବ। ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷାସୂଚୀ ପରେ ପ୍ରକାଶ ପାଇବ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..
ନୂଆପଡାରେ ହୀରା ଖଣି…..