ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଫସିରହି ଥିବା ବେଳେ ଆଉ ଏକ ମାମଲା ରୁଜୁ ହୋଇଛି | ଗତକାଲି ମନି ଲଣ୍ଡରିଂ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ | ପୂର୍ବରୁ ଇଡି ମାମଲା ରୁଜୁ କରିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାମଲା ରୁଜୁ ହୋଇଥିବାରୁ ଇଡି ଖୁବଶୀଘ୍ର ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରିପାରେ। ସେହିପରି ନୂଆ ଅବକାରୀ ନୀତି ସହ ଜଡ଼ିତ ଅଧିକାରୀମାନେ ମଧ୍ୟ ଇଡି ସ୍କାନରରେ ରହିଛନ୍ତି। ତେଣୁ ସିବିଆଇ ଭଳି ଇଡି ମଧ୍ୟ ସିସୋଦିଆଙ୍କୁ ଜେରା କରିବ |






More Stories
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..
ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ……
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..