ରିପୋର୍ଟ କାର୍ଡ / ପାଟନା
ଦେଶରେ ବେଶ କିଛି ଦିନ ହେବ ସକ୍ରିୟ ରହିଛନ୍ତି କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି | ଦିଲ୍ଲୀ ଉପରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତନାଘନା କରୁଥିବା ବେଳେ ଏବେ ବିହାର ଉପରେ ପଡିଛି ଦୃଷ୍ଟି | କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢାଉ କରିଛି। ଚାକିରି ବଦଳରେ ଜମି ସଂପର୍କରେ ସିବିଆଇ ପାଟନାରେ ଆରଜେଡି ବିଧାୟକ ସୁନୀଲ ସିଂଙ୍କ ଘରେ ରେଡି କରିଛି । ଏହା ବ୍ୟତୀତ ଝାଡଖଣ୍ଡର ରାଞ୍ଚିରେ ବେଆଇନ ଖଣି ଖନନ ଓ ଚୋରା ଚାଲାଣ ମାମଲାରେ ଚଢାଉ କରାଯାଇଛି। ପ୍ରେମ ପ୍ରକାଶ ସହ ଜଡିତ ସ୍ଥାନଗୁଡିକରେ ଏହି ଚଢ଼ାଉ କରା ଯାଉଥିବାର କୁହାଯାଉଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢ଼ାଉ କରିଛନ୍ତି। ସୂଚନା ଅନୁସାରେ- ଆଜି ନୀତୀଶ କୁମାର ଆଜି ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଆରଜେଡି ଓ କଂଗ୍ରେସ ସମେତ ପ୍ରାୟ ୧୬୫ ଜଣ ବିଧାୟକ ନୀତୀଶ କୁମାରଙ୍କୁ ସମର୍ଥନ କରୁଥିବା ତାଙ୍କ ଦଳ ଜେଡିୟୁ ଦାବି କରିଛି। ତେଣୁ ନୀତୀଶ କୁମାର ବେଶ ସହଜରେ ଆସ୍ଥା ଭୋଟରେ ଜିତିବେ ବୋଲି କୁହାଯାଉଛି। ରେଡ୍ ସମ୍ପର୍କରେ ସୁନୀଲ ସିଂହ କହିଛନ୍ତି, “ଉଦ୍ଦେଶ୍ୟମୂଳକ ଭାବେ ଚଢ଼ଉ କରାଯାଇଛି। ଏହାର କୌଣସି ମୂଲ୍ୟନାହିଁ। ସେମାନେ ଭାବୁଛନ୍ତି ଯେ ସିବିଆଇ ଭୟରେ ଆମ ବିଧାୟକମାନେ ତାଙ୍କ(ବିଜେପି) ସହ ସାମିଲ ହୋଇଯିବେ। କିନ୍ତୁ ସେମିତି କିଛି ହେବାର ନାହିଁ।”






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..