Report Card Odisha

| Daily Odia News

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ,୩ ଆତଙ୍କୀ ନିପାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁକଶ୍ମୀର ଉରି ସେକ୍ଟରରେ ଏଲଓସି ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାବାହିନୀଙ୍କ ଗୁଳିମାଡ଼ରେ ତିନିଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି | ଜମ୍ମୁକଶ୍ମୀର ପୋଲିସ ଗୁରୁବାର ଏହି ସୂଚନା ଦେଇଛି। ମିଳିଥିବା ସୂଚନା ମୁତାବକ ଉତ୍ତର କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମାଡିଆନ୍ ନାନକ ପୋଷ୍ଟ ନିକଟରେ ଯବାନମାନେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ | କଶ୍ମୀର ଜୋନ୍ ପୋଲିସ ଏକ ଟୁଇଟରେ କହିଛି ଯେ ଉରିର କମଲକୋଟ ସେକ୍ଟରର ମାଡିଆନ୍ ନାନକ ପୋଷ୍ଟ ନିକଟରେ ସେନା ଏବଂ ବାରାମୁଲ୍ଲା ପୋଲିସର ଗୁଳିମାଡରେ ତିନିଜଣ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଛି | ଏହାପୂର୍ବରୁ ସେନା ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା।ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ଯବାନମାନେମଧ୍ୟ ପଣ୍ଡକରିଥିବା ଜଣାପଡ଼ିଛି । ଗତକାଲି ରାତିରେ ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଭାରତୀୟ ସେନାର ଯବାନମାନେ ବିଫଳ କରିଥିଲେ |

Breaking News