ରିପୋର୍ଟ କାର୍ଡ / କଟକ
ଓଲିଉଡ ଷ୍ଟାର ଦମ୍ପତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ-ଅଭିନେତା ଅନୁଭବଙ୍କ ପାରିବାରିକ ବିବାଦ ତୁଟିବାର ନାଁ ନେଉନାହିଁ | ବର୍ତ୍ତମାନ ଏହି ମାମଲାର ନୂଆ ମୋଡ ଆସିଛି | ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଆଉ କିଛି ଦିନ ଘଞ୍ଚାଇବା ନେଇ ନିଷ୍ପତ୍ତି ନେଇଛନ୍ତି । ବର୍ଷାଙ୍କ ପିଟିସନ ଅନୁସାରେ ଶୁଣାଣି ତାରିଖରେ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁସାରେ, ଅନୁଭବ ଏବଂ ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ପାଇଁ ଆସନ୍ତା ୩୦ ତାରିଖ ଧାର୍ଯ୍ୟ ହୋଇଛି । ଫ୍ୟାମିଲ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ଫ୍ୟାମିଲି କୋର୍ଟରେ ଅନୁଭବଙ୍କୁ ସାନି ସାକ୍ଷ୍ୟ ପାଇଁ ବର୍ଷାଙ୍କ ପିଟିସନ ଖାରଜ କରାଯାଇଥିଲା । ଏହାପରେ ହାଇକୋର୍ଟ ଏହି ଶୁଣାଣି ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ କରିଥିବା ସୂଚନା ମିଳୁଛି |






More Stories
ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ….
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା…..
ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି:ଗୌରବମୟ ଦିବସ…..