ରିପୋର୍ଟ କାର୍ଡ / ଗୋବିନ୍ଦପୁର
ଗୋବିନ୍ଦପୁର ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ସହଯୋଗରେ କଲେଜ ଅଡ଼ିଟରିଅମରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଗଗନ ବିହାରୀ ବେଉରା ଙ୍କ ଅଧକ୍ଷତା କରିଥିଲେ | ଭୋଟର ସଚେତନତା କାର୍ଯ୍ୟକ୍ରମରେ କଣ୍ଟା ପଡା ବ୍ଲକର ବିଡ଼ିଓ ଶ୍ରୀଯୁକ୍ତ ସନ୍ତୋଷ କୁମାର ପତି, ତହସିଲ ଦାର ମିତାଞ୍ଜଳୀ ଦାସ, ଦେବଶ୍ରୀତା ପରିଡା ଓ ସଂଗ୍ରାମ ଜେନା ଉକ୍ତ ସଭାରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ସଚେତନତା ସମ୍ପର୍କରେ ବୁଝାଇଥିଲେ | ଏହା ସହ ଆଧାର କାର୍ଡ ଓ ଭୋଟର କାର୍ଡର ସଂଯୋଗ କରିବାର ଉପାୟ ବିଷୟରେ କହିଥିଲେ |

ଶେଷରେ ଜୁନିୟର କଲେଜର ଅଧକ୍ଷ ଡକ୍ଟର ଅଭିଳାଷ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ | ଅଧ୍ୟାପକ କୈଳାସ ଚନ୍ଦ୍ର ଦାସ, ଡକ୍ଟର ଅରୁଣ କୁମାର ତ୍ରିପାଠୀ , ଶଙ୍କରଶଣ ବେହେରା , ଭୋଳାନାଥ ସାହୁ, ପ୍ରତାପ ରଞ୍ଜନ ମହାପାତ୍ର ଓ କଲେଜର ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..