ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ବ୍ୟାଗ ଭିତରେ ଶିଶୁର ମୃତଦେହ ମିଳିଛି । ଖଣ୍ଡଗିରି ଛକରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଥିଲେ । ଏବଂ ସେହି ବ୍ୟକ୍ତିଙ୍କୁ ବାଡେଇବାକୁ ପଛାଇଥିଲେ । ସୂଚନାନୁସାରେ, ୨ଜଣ ବ୍ୟାଗରେ ଶିଶୁର ମୃତଦେହ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ନେଇ ଯାଉଥିବା ଦେଖି ବ୍ୟକ୍ତି ଜଣଙ୍କୁ ବାଡେଇବା ଆରମ୍ଭ କରିଦେଇଥିଲେ । ବ୍ୟାଗରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପିସିଆରକୁ ଫୋନ୍ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା । ପଚରାଉଚରା ପରେ ଜଣାପଡିଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶିଶୁଟିର ବାପା । ଶିଶୁଟିକୁ ବାପା ମାଆ ଅନ୍ତିମ ସଂସ୍କାର କରିବାକୁ ନେଉଥିଲେ । ଖଣ୍ଡିଗିରି ଥାନାରେ ମଧ୍ୟ ଉପଯୁକ୍ତ କାଗଜପତ୍ର ଦେଖାଇଥିଲେ । ଡାକ୍ତରଖାନାରେ ୮ମାସର ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯାହାର ପ୍ରମାଣପତ୍ର ସେମାନେ ଥାନାରେ ଦେଇଥିବା ସୂଚନା ମିଳିଛି |






More Stories
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..