ରିପୋର୍ଟ କାର୍ଡ / ଭୁବନେଶ୍ୱର
କିମ୍ବନ୍ଦନ୍ତି କ୍ରୀଡ଼ା ପ୍ରତିଭା ମେଜର ଧ୍ୟ୍ୟାନ୍ଚାନ୍ଦଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଡି.ଏ.ଭି କଳିଙ୍ଗ ନଗରଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ଶାରୀରିକ ଦକ୍ଷତା ତଥା ବିଭିନ୍ନ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମ ସହ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ତଥା ଅବସର ପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ଅରୁଣ କୁମାର ଦାସ ଯୋଗ ଦେଇ କ୍ରୀଡ଼ାଦିବସର ତାପ୍ତର୍ଯ୍ୟ, ଦୈନନ୍ଦିନ ଜୀବନରେ କ୍ରୀଡ଼ାର ଆବଶ୍ୟକତା ତଥା ଏକ ସୁସ୍ଥ ଶରୀର ସମସ୍ତ କାର୍ଯ୍ୟ ପାଇଁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କ୍ରୀଡ଼ା ପ୍ରତିଭା ତଥା ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାର ସ୍ୱର୍ଣ୍ଣ ପଦକ ବିଜେତା ପ୍ରତ୍ୟୁଷ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଧ୍ୟ୍ୟାନ୍ଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ସୁଲଗ୍ନା ରଥ ଓ ଅଭ୍ୟର୍ଥନା ସାମନ୍ତ ଧ୍ୟ୍ୟାନ୍ଚାନ୍ଦଙ୍କ ଅମ୍ଳାନ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶାରୀରିକ ଶିକ୍ଷା ବିଭାଗ ତଥା ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..