ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡି,ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରଠାରେ ନୂତନ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାର ଲକ୍ଷ୍ୟ ନେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ଆକାଶ, ଅଗ୍ନି, ପୃଥିବୀ ଓ ତେଜସ୍ ନାମକ ଚାରି ସଦନର ପୂର୍ବତନ ସଦସ୍ୟମାନେ ନୂତନ ସଦସ୍ୟମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଉତ୍ସବରେ ୧୯୯୩ ବ୍ୟାଚ୍ ଭାରତୀୟ ବାୟୁସେନାର କମିସନ୍ଡ ଅଫିସର ତଥା ୧-ଓଡ଼ିଶା- ଏନ୍.ସି.ସି ବ୍ୟାଟେଲିଅନର କମାଣ୍ଡିଙ୍ଗ ଅଫିସର ଗ୍ରୁପ୍ କ୍ୟାପଟେନ୍ ସାକେତ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ ହିଁ ନେତୃତ୍ୱ ଗୁଣବତ୍ତାର ବିକାଶ ସାଧନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ଦୃଢ ମନୋବଳ ପୋଷଣ କରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ନବ ନିର୍ବାଚିତ କ୍ୟାବିନେଟ୍ ସଦସ୍ୟମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥ ପାଠ କରାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ, ସହ ନିର୍ଦ୍ଦେଶିକା ମ୍ୟାଡମ ସୁଜାତା, ବିଦ୍ୟାଳୟର ମ୍ୟାନେଜର ଡକ୍ଟର ଭାଗ୍ୟବତୀ ନାୟକ, ଡି.ଏ.ଭି ଚନ୍ଦ୍ରଶେଖରପୁରର ଭାଇସ୍ ଚେୟାରମ୍ୟାନ ଶ୍ରୀ ଶରତ ଚନ୍ଦ୍ର ମିଶ୍ର ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ଡି.ଏ.ଭି ୟୁନିଟ୍ – ୮ ର ଅଧ୍ୟକ୍ଷା ମ୍ୟାଡମ୍ ଈପସିତା ଦାଶ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ କ୍ୟାବିନେଟ ସଦସ୍ୟମାନଙ୍କୁ ନିଷ୍ଠାପରଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ପୁରାତନ ଛାତ୍ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯର୍୍ୟକ୍ରମ ଶେଷରେ ସଦନର ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..