ରିପୋର୍ଟ କାର୍ଡ / ଗଂଜାମ
ପ୍ରତେକ ଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ଦୁର୍ନୀତଖୋର ଅସାଧୁ ସରକାରୀ ଅଫିସର ମାନେ | ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ। ‘ମୋ ଗୁହାଳ ସ୍କିମ୍’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ମିଳିଥିବା ସୂଚନା ଅନୁସାରେ- କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଲାଞ୍ଚ ମାଗୁଥିବା ନେଇ ବୁରୁଝୁରୀ ପଞ୍ଚାୟତର ଉକ୍ତ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଉକ୍ତ ହିତାଧିକାରୀ ଜଣଙ୍କ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଦେଇଥିଲେ। ଠିକ ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲା |






More Stories
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..