ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାମେଶ୍ଵର ମନ୍ଦିର ଜୟଦେବ ବିହାର ପରିସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ୧୯୨ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ସଭାପତିତ୍ଵ ରେ ଅନୁଷ୍ଠିତ ଏହି ଉତ୍ସବରେ ବିଦାୟୀ ସଭାପତି ପ୍ରଭାତ କୁମାର ନନ୍ଦ, ସମ୍ପାଦକ ନାରାୟଣ ମହାପାତ୍ର, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର ଅଖିଲ କୁମାର ସାହୁ, ନିରଞ୍ଜନ ପଣ୍ଡା, ତ୍ରିଲୋଚନ ନାୟକ, ବଂଶୀଧର ନାୟକ ସବ୍ୟସାଚୀ ସାମନ୍ତରାୟ, ମନୋରଞ୍ଜନ ମହାନ୍ତି, ଯୁଗ୍ମ ସଂପାଦକ ଅଜୟ ହରିଚନ୍ଦନ ଅକ୍ଷୟ ସାହୁ, ଗିରିଜା ମହାପାତ୍ର, ବାବୁଲି ପାତ୍ର, ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା ଅକ୍ଷୟ କୁମାର ଉପାଧ୍ୟାୟ ପ୍ରମୂଖ ଯୋଗ ଦେଇଥିଲେ | ଦିଲ୍ଲୀପ ମହାନ୍ତି ଅଜୟ ଦାସ ଜ୍ୟୋସ୍ନା ଦାସ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଶୈଳେନ୍ଦ୍ର ପାତ୍ର ଡ ସୁଶୀଲ କୁମାର ପଟ୍ଟନାୟକ , ଦେବେନ୍ଦ୍ର ଷଡଙ୍ଗୀ, ସୁମି ତା ତ୍ରିପାଠୀ କୃପା ସିନ୍ଧୁ ପଳେଇ ପ୍ରମୂଖ ଭଜନ ପରିବେଷଣ କରିଥିଲେ | ଡ ଅନଙ୍ଗ ଦ୍ଵିବେଦୀ ସ୍କନ୍ଦପୁରାଣ ଆଧାରିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ବିଭିନ୍ନ ଲୀଲା ବିଷୟରେ ବୁଝାଇଥିଲେ | ଏହି ଅବସରରେ ରାମେଶ୍ଵର ମନ୍ଦିର ର ସଭାପତି ମନୋରଞ୍ଜନ ମିଶ୍ର , ସମ୍ପାଦକ ବଂଶୀଧର ପରିଡ଼ା,ବଂଶୀଧର ସାହୁ ଓ ଅନ୍ୟ ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ |






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..