ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀମନ୍ଦିରରେ ସୁନିଆଁ ନୀତି ଅନୁଷ୍ଠିତ ହେବ । ସନ ୧୪୩୦ ସାଲ ଆରମ୍ଭ । ଏଥିସହ ଅନୁଷ୍ଠିତ ହେବ ବାମନ ଜନ୍ମୋତ୍ସବ । ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢ଼ିବ । ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଢ଼ାଉ ଲାଗି କରାଯିବ । ମଧ୍ୟାହ୍ନ ଧୂପ ସରିଲେ ବାମନ ଜନ୍ମନୀତି ଆରମ୍ଭ ହେବ । ସନ୍ଧ୍ୟା ଧୂପ ପରେ ଇନ୍ଦ୍ରଧ୍ୱଜା ନୀତି ସମ୍ପନ୍ନ ହେବ । ସ୍ନାନ ବେଦି ପାଖ ଚାହାଣି ମଣ୍ଡପ ଠାରେ ବଡ଼ଛତାମଠ କୋଣରେ କୋଠସୁଆଁସିଆ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିବେ । ସେଠାରେ ପଞ୍ଚ ଉପଚାରେ ଭୋଗ କରାଯିବ । ଶ୍ରୀମନ୍ଦିର ପରମ୍ପରାନୁସାରେ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସପ୍ତମେଘ ବନ୍ଧା ହୋଇ ରହିବାର ବିଧି ପାଳନ ହେବ । ଏହି ନୀତି ଲାଗି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..