ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛିଦିନର ବ୍ୟବଧାନ ପରେ ପୁଣି ପଶ୍ଚିମବଙ୍ଗରେ ସକ୍ରିୟ ହୋଇଛି CBI | ବର୍ତ୍ତମାନ ସିବିଆଇ ଜାଲରେ ଛନ୍ଦି ହୋଇପଡିଛନ୍ତି ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ | ଆଜି ତାଙ୍କ ଘରେ ସିବିଆଇ ଚଢ଼ାଉ କରୁଛି । ସୂଚନା ଅନୁଯାୟୀ ମମତା ସରକାରଙ୍କ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ କରିଛି । ଆସନ୍ତା ୧୪ ତାରିଖରେ ସିଆଇ ଅଫିସରେ ଆଇନ୍ ମନ୍ତ୍ରୀ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କର ହାତ ରହିଛି କି, ଏନେଇ ସିବିଆଇ ପଚରାଉଚରା କରିବ । ବର୍ତ୍ତମାନ ସିବଆଇର ଟିମ୍ ମଳୟ ଘଟକଙ୍କ ବାସଭବନରେ ଚଢ଼ାଉ କରୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏହା ବ୍ୟତୀତ ସିବିଆଇ ଅଧିକାରୀମାନେ ମଧ୍ୟ କୋଲକାତାର ଚାରୋଟି ସ୍ଥାନରେ ଚଢ଼ାଉ ଜାରିରଖିଛନ୍ତି






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..