ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛିଦିନର ବ୍ୟବଧାନ ପରେ ପୁଣି ପଶ୍ଚିମବଙ୍ଗରେ ସକ୍ରିୟ ହୋଇଛି CBI | ବର୍ତ୍ତମାନ ସିବିଆଇ ଜାଲରେ ଛନ୍ଦି ହୋଇପଡିଛନ୍ତି ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ | ଆଜି ତାଙ୍କ ଘରେ ସିବିଆଇ ଚଢ଼ାଉ କରୁଛି । ସୂଚନା ଅନୁଯାୟୀ ମମତା ସରକାରଙ୍କ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ କରିଛି । ଆସନ୍ତା ୧୪ ତାରିଖରେ ସିଆଇ ଅଫିସରେ ଆଇନ୍ ମନ୍ତ୍ରୀ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କର ହାତ ରହିଛି କି, ଏନେଇ ସିବିଆଇ ପଚରାଉଚରା କରିବ । ବର୍ତ୍ତମାନ ସିବଆଇର ଟିମ୍ ମଳୟ ଘଟକଙ୍କ ବାସଭବନରେ ଚଢ଼ାଉ କରୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏହା ବ୍ୟତୀତ ସିବିଆଇ ଅଧିକାରୀମାନେ ମଧ୍ୟ କୋଲକାତାର ଚାରୋଟି ସ୍ଥାନରେ ଚଢ଼ାଉ ଜାରିରଖିଛନ୍ତି






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..