ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋରିଆର ଦକ୍ଷିଣାଞ୍ଚଳରେ ଗତ ରବିବାରଠାରୁ ବର୍ଷା-ପବନ ଲାଗି ରହିଥିବାବେଳେ ସାମୁଦ୍ରିକ ଝଡ଼ ‘ହିନାମନୋର’ ସ୍ଥଳଭାଗ ଛୁଇଁଛି। ଘଣ୍ଟାକୁ ୧୪୪ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ବ୍ୟାପକ ଗଛ ଭାଙ୍ଗିଛି ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ରାସ୍ତା ନଷ୍ଟ ହେବା ସହ ୨୦,୦୦୦ରୁ ଅଧିକ ଘରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ସତର୍କତା ପଦକ୍ଷେପ ସ୍ବରୂପ ପ୍ରାୟ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଦକ୍ଷିଣ ଉଲସାନରେ ପ୍ରବଳ ବର୍ଷା ଯୋଗୁଁ ପାଣି ସୁଅରେ ଜଣେ ଯୁବକ ନିଖୋଜ ହୋଇଥିବା ଆଭ୍ୟନ୍ତରୀଣ ଓ ସୁରକ୍ଷା ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡିଛି । ଏକ ସପ୍ତାହ ପୂର୍ବରୁ ରାଜଧାନୀ ସିଓଲ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅତି କମ୍ରେ ୧୪ ଜଣ ମୃତ୍ୟୁ ହୋଇଥିଲା |






More Stories
୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ…..
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଉଦ୍ୟମ ପ୍ରେରଣାଦାୟକ….