ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ଵର ହେବ ପୋଷ୍ଟର ମୁକ୍ତ | ଏଣିକି ରାଜଧାନୀରେ ବେଆଇନ ପୋଷ୍ଟର, ବ୍ୟାନର ଲଗାଯାଇ ପାରିବ ନାହିଁ । ବିଶେଷ କରି ଗଛ, ଖୁଣ୍ଟ ଓ କୌଣସି କାନ୍ଥରେ ପୋଷ୍ଟର ନ ଲାଗିବା କୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ଭିତରେ ଭୁବନେଶ୍ୱରର ଏକ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରି ସାରିଛି । ଏକ ବିଦ୍ୟୁତ ଖୁଣ୍ଟରେ ଉକ୍ତ କୋଚିଂ ସେଣ୍ଟରର ଏକ କଟଆଉଟ୍ ଲାଗିଥିଲା । ଏହା କୁ ବେଆଇନ ବିଜ୍ଞାପନ ସହ, ସହରର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା କାରଣ ଦର୍ଶାଇ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଥିବା ଜଣାପଡିଛି । ତେବେ ଆଗାମୀ ଦିନରେ ଏହି ଅଭିଯାନକୁ ବିଏମସି ପକ୍ଷରୁ ଜୋରଦାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ରାସ୍ତା କିମ୍ବା ଫୁଟପାଥର ସାଇନ ବୋର୍ଡ ମଧ୍ୟ ଲାଗିପାରିବ ନାହିଁ ବୋଲି ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ହୋଇଛି |






More Stories
୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ…..
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଉଦ୍ୟମ ପ୍ରେରଣାଦାୟକ….