ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ସ୍କୁଲ ରାଜନୀତିର ଟ୍ରେଣ୍ଡ ଚାଲିଛି | ଦିଲ୍ଲୀର ଆମ ଆଦ୍ମୀ ପାର୍ଟିର ସ୍କୁଲ ଓ ଶିକ୍ଷା ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ସେହିପରି ଓଡ଼ିଶରେ ମଧ୍ୟ ୫ ଟି ହାଇସସ୍କୁଲ ଟ୍ରାନ୍ସଫରମେସନ ପ୍ରକଳ୍ପ ଜରିଆରେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସଦୃଢ଼ କରିବାପାଇଁ ସ୍ମାର୍ଟ ସ୍କୁଲ କରୁଛନ୍ତି | ଏହିକ୍ରମରେ କେନ୍ଦ୍ରରେ ବିଜେପି ସରକାର ମଧ୍ୟ ଦେଶରେ ଥିବା ସ୍କୁଲ ଗୁଡ଼ିକର ଉନ୍ନତିକରଣ ପାଇଁ ଯୋଜନା ଲାଗୁ କରିଛି। ସେପ୍ଟେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶର ୧୪,୫୦୦ ସ୍କୁଲକୁ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ଯୋଜନାରେ ଅପଗ୍ରେଡ କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ସେ ଗୋଟିଏ ନୂଆ ଯୋଜନା ଭାବେ ନାମିତ କରିଥିଲେ। ଏହି ଘୋଷଣା ପରେ ଆଜି କେନ୍ଦ୍ର କ୍ୟାବିନେଟରେ ଏହି ଯୋଜନା କୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଦେଶର ୧୪ ହଜାରରୁ ଅଧିକ ସ୍କୁଲକୁ ଅଧିକ ଉନ୍ନତିକରଣ କରାଯାଇ ପିଏମ ଶ୍ରୀ ସ୍କୁଲରେ ପରିଣତ କରାଯିବ। ଏହି ସ୍କୁଲ ଗୁଡ଼ିକ ମଡେଲ ସ୍କୁଲରେ ପରିଣତ ହେବ ଓ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେ କହିଛନ୍ତି।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..