Report Card Odisha

| Daily Odia News

ସାମ୍ବାଦିକ ସିଦ୍ଦୀକ୍‌ କପ୍ପନ୍‌ଙ୍କୁ ସର୍ତ୍ତମୂଳକ ଜାମିନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାମ୍ବାଦିକ ସିଦ୍ଦୀକ୍ କପ୍ପନ୍‌ଙ୍କୁ ଜାମିନ ଦେବା ପାଇଁ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି | ଏନେଇ ଆଜି ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ କହିଛନ୍ତି। ତିନି ଦିନ ମଧ୍ୟରେ ଟ୍ରାଏଲ୍‌ କୋର୍ଟରେ ହାଜର କରାଯିବା ପରେ ସାମ୍ବାଦିକ ସିଦ୍ଦିକଙ୍କୁ ମୁକ୍ତ କରାଯିବ। ଏହା ପରେ ସିଦ୍ଦିକ୍ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ। ଏଥିସହିତ ପ୍ରତି ସପ୍ତାହରେ ନିଜାମୁଦ୍ଦିନ୍‌ସ୍ଥିତ ସ୍ଥାନୀୟ ଥାନାରେ ହାଜର ହେବେ। ଏହା ଛଡ଼ା ଜାମିନ ମଞ୍ଜୁରି ପାଇଁ ଆଉ କିଛି ସର୍ତ୍ତାବଳି ମଧ୍ୟ ଲାଗୁ କରାଯାଇଛି। ୬ ସପ୍ତାହ ପରେ ସାମ୍ବାଦିକ ସିଦ୍ଦିକ୍‌ଙ୍କୁ କେରଳର ମାଲପୁରମ୍‌ ଯିବା ପାଇଁ ଅନୁମତି ମିଳିବ। ଉଲ୍ଲେଖ ଯୋଗ୍ୟ-୨୦୨୦ ଅକ୍ଟୋବର ଉତ୍ତର ପ୍ରଦେଶର ହାଥ୍‌ରସ୍‌ରେ ଜଣେ ଦଳିତ ମହିଳାଙ୍କର ଗଣଦୁଷ୍କର୍ମ ଯୋଗୁଁ ମୃତ୍ୟୁ ଘଟିଛି ବୋଲି ଖବର ମିଳିଥିଲା | ସିଦ୍ଦୀକ୍‌ ସେଠାକୁ ଖବର ସଂଗ୍ରହ କରିବାକୁ ଯାଉଥିଲେ | କିନ୍ତୁ ବାଟରେ ତ୍ତର ପ୍ରଦେଶ ପୋଲିସ ଗିରଫ କରି ଥିଲା। ତାଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌’ ବଳରେ ଗିରଫ କରାଯାଇଥିଲା । ସେବେଠାରୁ ସିଦ୍ଦୀକ୍ କପ୍ପନ୍‌ ଜେଲ୍‌ରେ ରଖାଯାଇଛି।

 

 

Breaking News