Report Card Odisha

| Daily Odia News

ଆତ୍ମହତ୍ୟାକୁ ରୋକିବ ‘ହେଲପ ଲାଇନ ନମ୍ବର’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ପ୍ରେତେକ ଦିନ ୧୦-୧୫ ଜଣ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି | ଏହା ଅତ୍ୟନ୍ତ ଦୁଃଖ ଦାୟକ | ରାଜ୍ୟରେ ଏଭଳି ଘଟଣା ପ୍ରଶାସନର ନିଦ ହଜାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯିବା ନେଇ ଯୋଜନା କରାଯାଉଛି । ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟା ମାମଲାକୁ ରୋକିବା ପାଇଁ କମିଶନରେଟ ପୋଲିସ ନୂଆ ପଦକ୍ଷେପ ନେବାକୁ ଯାଉଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାଂଶ କ୍ଷେତ୍ରରେ କିଛି ପୁରୁଷ, ମହିଳା, ଯୁବକ, ଯୁବତୀ ଅନ୍ୟ ବାଟ ନପାଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କୁପଥକୁ ବାଛି ନେଉଛନ୍ତି | ଏହା ଆମ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ରାଜ୍ୟ ସରକାର ଖୁବଶୀଘ୍ର ଏକ ହେଲପ୍ ଲାଇନ୍ ନମ୍ବର ଜାରି କରିବାକୁ ଯାଉଛନ୍ତି । ଲୋକଙ୍କ ସହ ଆଲୋଚନା କରାଯାଇ ସେମାନଙ୍କର ସମସ୍ୟା ବିଷୟରେ ଅବଗତ ହେଲେ ଏହାକୁ କିଛି ମାତ୍ରାରେ ରୋକଯାଇ ପାରିବ ବୋଲି ଅନୁମାନ କରାଯାଉଛି । ଏହି ହେଲପ ଲାଇନରେ ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ବରିଷ୍ଠ ପୋଲିସ ଅଫିସର ରହିବେ ବୋଲି ଜଣପାଡ଼ିଛି ।

 

 

Breaking News