ରିପୋର୍ଟ କାର୍ଡ / ଗଜପତି
ପୋଲିସ ମିଥ୍ୟା ମାମଲାରେ ଫସାଉଥିବା ଦାବିକରି ଥାନାରେ ପଶି ପୋଲିସକୁ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ପିଟିଲେ ଲୋକେ | ଏପରି ଅଭାବନୀୟ ଘଟଣା ଘଟିଛି ଆଜି ଗଜପତି ଜିଲ୍ଲା ଅଡ଼ବା ଥାନା ପରିସରରେ। ଆଦିବାସୀଙ୍କ ଏପରି ଉଗ୍ର ରୂପ ଦେଖି ପୋଲିସ କର୍ମୀ ଲୁଚି ପଡିଥିବା ଦେଖିବାକୁ ମିଳିଛି | ବେଶ କିଛି ସମୟ ପର୍ଯ୍ୟନ୍ତ ଥାନା ପରିସର ପାଲଟିଥିଲା ରଣ କ୍ଷେତ୍ର | ଅଡ଼ବା ପୋଲିସ ଝରଣପୁର ଗାଁରେ ଚଢ଼ାଉ କରି ୨୦୭ କେଜି ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ଗାଁର ବିଶ୍ୱନାଥ ଭୂୟାଁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ତେବେ ପୋଲିସ ମିଥ୍ୟା ମାମଲା ରୁଜୁ କରିବା ସହ ବିଶ୍ୱନାଥଙ୍କୁ ବେଆଇନ ଭାବେ ଘରୁ ଉଠାଇ ନେଇ ଗିରଫ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ଲୋକେ ଥାନା ଘେରାଉ କରି ପୋଲିସକୁ ମାଡ଼ମାରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଥାନା ଆଗରେ ଧାରଣା ଦେଇ ତୁରନ୍ତ ବିଶ୍ୱନାଥଙ୍କୁ ଛାଡିବାକୁ ଉତେଜିତ ଲୋକେ ଦାବିକରିଛନ୍ତି |






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..