Report Card Odisha

| Daily Odia News

କଂଗ୍ରେସର ଅସ୍ତିତ୍ବ ଆଉ ନାହିଁ, ଆମେ ବିଜେପି ସହ ଲଢ଼େଇ କରୁଛୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗକୁ ଗୁଜରାଟରେ ବିଧାନସଭା ନିର୍ବାଚନ ରହିଛି | ଏହାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନ ଘନ ଗୁଜରାଟ ଗସ୍ତ କରୁଛନ୍ତି। ପଞ୍ଜାବ ପରେ ଗୁଜରାଟ ହାତେଇବା ପାଇଁ ଆମ୍ ଆଦମୀ ପାର୍ଟି ନୂଆ ନୂଆ ପ୍ରତିଶ୍ରୁତି ଦେଉଥିବାବେଳେ କେଜ୍ରିୱାଲ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ଶାସକ ଦଳ ବିଜେପି ସହ ଆପ ଲଢ଼େଇ କରୁଛି। ଏହା ସହ କଂଗ୍ରେସ ଏହି ଲଢ଼େରେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ହସି ହସି କହିଛନ୍ତି ଯେ କଂଗ୍ରେସ ଶେଷ ହୋଇଛି।ମଙ୍ଗଳବାର ଦିନ କେଜ୍ରିୱାଲ ଅହମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ, ‘କଂଗ୍ରେସ ନେତା ଅଜୟ କୁମାର ଅଭିଯୋଗ କରିଛନ୍ତି ଯେ ପଞ୍ଜାବରେ ଆପ୍ ସରକାରଙ୍କର ଦରମା ଦେବାକୁ ଅର୍ଥ ନାହିଁ, କିନ୍ତୁ ପଞ୍ଜାବ ସରକାର ଗୁଜରାଟରେ ବିଜ୍ଞ‌ାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ ଆରୋପ ବିଷୟରେ ଶୁଣି କେଜ୍ରିୱାଲ ହସିବା ସହ କହିଥିଲେ, କଂଗ୍ରେସ ଶେଷ ହୋଇଛି। ଆପଣ ବର୍ତ୍ତମାନ ସେମାନଙ୍କର ପ୍ରଶ୍ନ ପଚାରିବା ବନ୍ଦ କରନ୍ତୁ। ସେମାନଙ୍କ ପ୍ରଶ୍ନ ବିଷୟରେ ଆଉ ଚିନ୍ତା କରନ୍ତୁ ନାହିଁ। ଜନସାଧାରଣ ଆମ ସହିତ ଅଛନ୍ତି। ଲୋକଙ୍କ ମନରେ କୌଣସି ପ୍ରଶ୍ନ ନାହିଁ, ଲୋକମାନେ ଖୁସି ଅଛନ୍ତି। ଆମର ଲଢ଼େଇ ଏବେ ବିଜେପି ସହ ଚାଲିଛି। ତେବେ ପୂର୍ବରୁ ଗୁଜରାଟ ହାତେଇବା ପାଇଁ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇସାରିଛନ୍ତି କେଜ୍ରିୱାଲ। ଏବେ ଗୁଜରାଟବାସୀ କାହା ହାତରେ କ୍ଷମତା ଦେବେ ତାହା ଦେଖିବାକୁ ବାକି ରହିଲା।

Breaking News