ରିପୋର୍ଟ କାର୍ଡ / ପିପିଲି
ପିପିଲି ନୂଆ ଶାସନରେ ଜଣେ ଯୁବକଙ୍କର ଗଳାକାଟି ବିଭତ୍ସ ହତ୍ୟା କରାଯାଇଛି । ରାଜୀବଗନ୍ଧି ସେବା କେନ୍ଦ୍ର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ଯୁବକଙ୍କ ମୃତଦେହ । ଖବର ପାଇ ପିପିଲି SDPO, ପିପିଲି IICଙ୍କ ସମେତ ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଁଛି ତଦନ୍ତ ଚଳାଇଛନ୍ତି | ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୃତ ଯୁବକ ବିଜୟ ବେହେରାଙ୍କ ପୁଅ ଲିକୁନା ବେହେରା ବୋଲି ଜଣାପଡ଼ିଛି । ପୂର୍ବ ଶତୃତାକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି । ଏନେଇ ପିପିଲି SDPO ଦେବଦତ୍ତ ବରାଳ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କଲା ପରେ ଜଣାପଡିଛି କି ପୂର୍ବ ଶତ୍ରୁତା ଜନିତ ହତ୍ୟା କାଣ୍ଡ ବୋଲି ଜଣାପଡିଛି |






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..