ରିପୋର୍ଟ କାର୍ଡ / ନୂଆପଡ଼ା
ସ୍ତ୍ରୀ ବଞ୍ଚାଇଦେଲେ ସ୍ୱାମୀର ଜୀବନ | ଏଭଳି ଘଟଣ ସାମ୍ନାକୁ ଆସିଛି ନୂଆପଡ଼ାରୁ | ସ୍ୱାମୀର ଜୀବନ ବଞ୍ଚାଇବାକୁ ମହିଳା ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି | ସୂଚନା ଅନୂଯାୟୀ, କୋମନା ଥାନା ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଳାମ୍ବର ସୁନା ମାତାଲ ଅବସ୍ଥାରେ ଶରତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଶରତଙ୍କୁ ବଞ୍ଚାଇବାକୁ ସ୍ତ୍ରୀ କୁମୁଦିନୀ ଶବର ସାମ୍ନାକୁ ଚାଲି ଆସିଥିଲେ । ଫଳରେ ମହିଳାଙ୍କ ପେଟରେ ଗୁଳି ବାଜିଥିଲା | ଏହାପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ନିଳାମ୍ଵର ଏବେ ଫେରାର ଥିବାବେଳେ ତଦନ୍ତ ଚଳାଇଛି କୋମନା ପୋଲିସ ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..