ରିପୋର୍ଟ କାର୍ଡ / ପଟ୍ଟାମୁଣ୍ଡାଇ
ଯୁବକ ନଦୀକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର। ଏପରି ଅଭାବନୀୟ ଘଟଣା ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଗାଁରେ । ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ମୁହଁରୁ ବର୍ତ୍ତି ଆସିଛନ୍ତି ଯୁବକ| ସେ ହେଉଛନ୍ତି ନିମପୁର ଗାଁର ବୃନ୍ଦାବନ ଭୂୟାଁ । ସୂଚନା ଅନୁଯାୟୀ, ଆଜି ଭୋରୁ ଶୌଚ ହେବା ପାଇଁ ବୃନ୍ଦାବନ ଗାଁ ନିକଟ ବ୍ରାହ୍ମଣୀ ନଦୀ କୂଳକୁ ଯାଇଥିଲେ । ସେଠାରେ ସେ ପାଣିକୁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କ ଉପରକୁ ଝାମ୍ପ ମାରିଲା। ମାତ୍ର କୁମ୍ଭୀର ସହ ଲଢ଼େଇ କରି କୌଶଳ କ୍ରମେ ବୃନ୍ଦାବନ ପାଣି ଉପରକୁ ଚାଲି ଆସିଥିବା ସୂଚନା ମିଳିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..