ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିଜାବ ପିନ୍ଧିନଥିବାରୁ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇରାନରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁକୁ ନେଇ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଯୁବତୀଙ୍କ ନାଁ ମହସା ଆମିନି। ହିଜାବ ପିନ୍ଧି ନ ଥିବାରୁ ଇରାନର ମୋରାଲିଟି ପୋଲିସ ତାଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା | ଦୁଇ ଦିନ ତଳେ ଉକ୍ତ ମହିଳାଙ୍କ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ରବିବାର ଦେଶବ୍ୟାପୀ ହଜାର ହଜାର ଜନତା ପରିଧାନ ସଂକ୍ରାନ୍ତ ଧାର୍ମିକ କଟକଣା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ରବିବାର ଦିନ ତେହରାନ ପୋଲିସ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ। ସୋସିଆଲ ମିଡ଼ିଆରେ ବିକ୍ଷୋଭର ଭିଡିଓ ଛାଇ ଯାଇଛି। ହିଜାବ ପିନ୍ଧି ନ ଥିବାରୁ ଆମିନିଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ଲୋକେ ଅଭିଯୋଗ କରୁଥିବା ବେଳେ
ପୋଲିସ କହିଛି କି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..