Report Card Odisha

| Daily Odia News

ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା…..

 ରିପୋର୍ଟ କାର୍ଡ 

ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯବାନ ମାନଙ୍କ ସ୍ମୃତିରେ ରାଜ୍ୟ ସ୍ତରୀୟ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଅଛି । ଇଛୁକ ପ୍ରତିଯୋଗୀମାନେ ୧୦୧ ଟଙ୍କା ପ୍ରତିଯୋଗିତା ଫି ଦେଇ ନିଜ ନାମ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ କରିବା ପାଇଁ ୯୮୫୩୪୦୧୮୦୨ ନମ୍ବରରେ ଫୋନ ପେ କିମ୍ବା ଗୁଗୁଲ ପେ କରିପାରିବେ | ପଞ୍ଜିକରଣ କରିସାରିବା ପରେ ପ୍ରତିଯୋଗୀ ମାନେ ଦ୍ଵିତୀୟ ରାଉଣ୍ଡକୁ ସିଲେକ୍ସନ ପାଇଁ ୩ ମିନିଟର ଏକ ଭଜନ କିମ୍ବା ଦେଶାତ୍ମବୋଧକ ସଙ୍ଗୀତ ନିଜ କଣ୍ଠରେ ଗାଇ ତାହାର ଅଡିଓ କିମ୍ବା ଭିଡ଼ିଓ ଆସନ୍ତା ୩୦ ସେପ୍ଟେମ୍ବର ପୂର୍ବରୁ ନିମ୍ନରେ ଦିଆଯାଇଥିବା ଫୋନ ନମ୍ବରରେ ପଠାଇବେ। ଦ୍ୱିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇ ଦିଆଯିବ । ଦ୍ଵିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱରରେ ମଞ୍ଚ ଉପରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇବେ। ମଞ୍ଚରେ ସଙ୍ଗୀତ ପରିବେଷଣ କରିସାରିବା ପରେ ସେମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ ବଛାଯିବ। କୃତି ଅର୍ଜନ କରିଥିବା ପ୍ରତିଯୋଗୀ ମହାମହିମ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ଗ୍ରହଣ କରିବେ ।

Breaking News