ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଲିଆସାହି ବସ୍ତିରେ ମାଦକ ଦ୍ରବ୍ୟ କାରବାରର ସୁରାକ ପାଇ ଚାଲିଛି ଚଢ଼ାଉ | ଆଜି ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ । ଏକ ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଦେଇଛି ସ୍କ୍ୱାଡ୍ । ଆଗକୁ ପୂଜା ଓ ପାର୍ବଣକୁ ଆଖିଆଗରେ ରଖି କମିଶନରେଟ ପୋଲିସ ଚଢ଼ାଉ କରିଛି । ବ୍ୟାପକ ଦେଶୀ ମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏହି ଯାଞ୍ଚ କରାଯାଉଛି ଓ ଡିସିପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ବସ୍ତିର ଏକାଧିକ ଘରକୁ ଟାର୍ଗେଟ କରାଯାଇଛି । ସାଲିଆସାହିରେ ସ୍ପେଶାଲ ଡ୍ରାଇଭ ନେଇ ଡିସିପି ପ୍ରତୀକ ସିଂ କହିଛନ୍ତି କି , ‘ପାର୍ବଣ ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ ହେଉଥିବାରୁ କୌଣସି ଅସୁବିଧା ନ ହେବାର ଲକ୍ଷ୍ୟ ରଖାଯାଇଛି । ଅପମିଶ୍ରିତ କରି ପ୍ରସ୍ତୁତ କରାଯାଉଥିବାରୁ ସ୍ୱାସ୍ଥ୍ୟ ଖରାପ କରୁଛି । ଯେଉଁସବୁ ଘରେ ରେଡ୍ ହେଉଛି, ତାହା ଭାଙ୍ଗିବା ପାଇଁ ବିଏମସିକୁ ଲେଖିବୁ ।’






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..