ରିପୋର୍ଟ କାର୍ଡ / ରାଉରକେଲା
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି | ରାଉରକେଲା ଇସ୍ପାତ କାରଖାନାକୁ ଉତ୍ପାଦିତ ଷ୍ଟିଲ୍ ନେବାକୁ ଆସୁଥିବା ବେଳେ ମାଲ୍ବାହୀ ଟ୍ରେନ୍ଟି ଲାଇନଚ୍ୟୁତ ହୋଇ, ଟ୍ରେନ୍ର ୩ଟି ବଗି ଟ୍ରାକ୍ରୁ ଖସିଯାଇଛି । ସୂଚନା ଅନୁସାରେ-ରାଉରକେଲା ଇସ୍ପାତ କାରଖାନାରେ ଉତ୍ପାଦିତ ଷ୍ଟିଲକୁ ନେବା ଲାଗି ମାଲବାହୀ ଟ୍ରେନଟି କାରଖାନାର ଟିଆରଏମ ବିଭାଗକୁ ଆସୁଥିଲା । ଏହି ସମୟରେ ବନ୍ଧମୁଣ୍ଡା ୟାର୍ଡ଼ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଠିକ ଭାବେ କେପିଙ୍ଗ କରାଯାଇନଥିବାରୁ ଏହିଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଏହି ଦୁର୍ଘଟଣା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ହୋଇଥିବା ବଗିଗୁଡିକୁ ଧାରଣାରୁ ହଟାଇବା କାର୍ଯ୍ୟ କରାଯାଉଛି | ଏବେ ସୁଦ୍ଧା କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ରେଲଓ୍ୱ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..