ରିପୋର୍ଟ କାର୍ଡ / କୋଲକାତା
ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଡିତ ନାହାନ୍ତି। ବିଜେପିର କେତେକ ନେତା ନିଜର ସ୍ବାର୍ଥ ସାଧନ ନିମନ୍ତେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କେନ୍ଦ୍ରୀୟ ଏଜେନ୍ସିର ଅତ୍ୟଧିକ ଉପଯୋଗ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। କେନ୍ଦ୍ରୀୟ ଏଜେନ୍ସିର ଅତ୍ୟଧିକ ଉପଯୋଗକୁ ବନ୍ଦ କରିବା ଲାଗି ମମତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମମତା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ବିଜେପିର ଦଳୀୟ ସ୍ବାର୍ଥ ମିଶାଯିବା ଉଚିତ୍ ନୁହେଁ। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ ସିବିଆଇ ଓ ଇଡି ବିରୋଧୀ ପ୍ରସ୍ତାବ ବିଧାନସଭା ନୀତି ଓ ନିୟମର ପରିପନ୍ଥୀ। ପ୍ରସ୍ତାବ ସପକ୍ଷରେ ୧୮୯ଟି ଭୋଟ ପଡିଥିବାବେଳେ ବିରୋଧରେ ୬୯ଟି ଭୋଟ ପଡିଥିଲା। ଶାସକ ତୃଣମୂଳ କଂଗ୍ରେସର ନେତାମାନେ ଅଭିଯୁକ୍ତ ଥିବା ଅନେକ ମାମଲା ଉପରେ ଏବେ ସିବିଆଇ ଓ ଇଡି ତଦନ୍ତ ଚଳାଇଛି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..