ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଫେସବୁକ୍ ପେଜ୍ରେ ସେ ଲେଖିଛନ୍ତି-ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ । ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସଂପର୍କ ରହିଛି, ଫୋନ୍ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ବଡ଼ ସସ୍ପେନ୍ସ ସୃଷ୍ଟି ହୋଇଛି । ମୃତ୍ୟୁ ପୂର୍ବରୁ ଫେସବୁକରେ ଏପରି ଲେଖାକୁ ନେଇ ସନ୍ଦେହ ବଢ଼ାଇ ଦେଇଛି । ମୃତ ଧର୍ମେନ୍ଦ୍ରଙ୍କ ଫୋନ୍ ପୋଲିସ ଜବତ କରିଛି କି ନାହିଁ, ତାହା ସ୍ପଷ୍ଟ ହୋଇନି । ସୂଚନାଯୋଗ୍ୟ, ପାରିବାରିକ ଜୀବନରେ ସବୁବେଳେ କଳହ ସୃଷ୍ଟି ହେଉଥିବାରୁ ଧର୍ମେନ୍ଦ୍ର ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହାପରେ ବି ତାଙ୍କ ଦାମ୍ପତ୍ୟ ଜୀବନରେ ସୁଧାର ଆସି ପାରି ନ ଥିଲା । ଏହାପରେ ଗତକାଲି ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାଯାଇଛି।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..