ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହେବ । ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଶୁକ୍ରବାର ଦିନ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହୋଇଯାଇଛି। ଏହାପରେ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ ସ୍ଥାନରେ ବର୍ଷା ହେବ। ଆଜି ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପାଗ ସାଧାରଣ ଭାବେ ମେଘୁଆ ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..