ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ସବୁ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। କରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ପୂଜା କଟକଣା ମଧ୍ୟରେ ହୋଇଥିଲା | କିନ୍ତୁ ଚଳିତ ବର୍ଷ ଏହାକୁ ଧୂମ୍ଧାମ୍ରେ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ,କମିଶନରେଟ୍ ପୋଲିସ ପକ୍ଷରୁ ପୂଜା ପାଇଁ ସାଉଣ୍ଡ, ଡିଜେ, ଲାଇଟ୍ ଓ ଭସାଣ ଶୋଭାଯାତ୍ରା ନେଇ କିଛି କଟକଣା ଜାରି ହୋଇଛି । ଏହି କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ପୂଜା କମିଟି, ବ୍ୟାଣ୍ଡ/ଡିଜେ ଏବଂ ମ୍ୟୁଜିକ୍ ପାର୍ଟି ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ମଣ୍ଡପରେ ଓ ଭସାଣ ସମୟରେ ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂଜା ମଣ୍ଡପରେ ଓ ଭସାଣ ଶୋଭାଯାତ୍ରାରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ବକ୍ସ ଗୁଡ଼ିକରୁ ବାହାରିବାକୁ ଥିବା ଶବ୍ଦର ତୀବ୍ରତା ୬୫ ଡେସିବିଲ୍ ଟପିବନି ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ଭସାଣି ସମୟରେ ପ୍ରତି ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏଁ ବ୍ୟାଣ୍ଡ ଓ ମ୍ୟୁଜିକ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ। ୬ଟିରୁ ଅଧିକ ଟ୍ରଲି ବ୍ୟବହାର କରିପାରିବେନି। ମ୍ୟୁଜିକ ପାର୍ଟି ଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ। ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ। ଯେଉଁ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ କେବଳ ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବେ କେବଳ ସେମାନଙ୍କୁ ଚଳିତ ବର୍ଷ ଦଶହରାରେ ଅନୁମତି ମିଳିବ। ଅନ୍ୟ କାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ। ‘ସାଇଲେନ୍ସ ଜୋନ୍’ ସ୍କୁଲ୍, କଲେଜ, ଡାକ୍ତରଖାନା ଓ କୋର୍ଟ ଇତ୍ୟାଦିରେ ୧୦୦ ମିଟର ପରିଧି ଭିତରେ ଗୀତ ବାଜି ପାରିବ ନାହିଁ। ଭସାଣି ଶୋଭାଯାତ୍ରା ପାଇଁ ଯେଉଁ ରାସ୍ତା ଦିଆଯାଇଛି, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ ଜାତୀୟ ରାଜପଥରେ ଗୀତ ପରିବେଷଣ କରିପାରିବେ ନାହିଁ। ଭସାଣି ସମୟରେ ଡିଜେ/ବ୍ୟାଣ୍ଡ ପାର୍ଟି ଗୁଡ଼ିକ ଫୋକସ୍/ଫ୍ଲାସ୍ ଲାଇଟ୍ ବ୍ୟବହାର କରିପାରିବେ ନାହିଁ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..