ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି | ବିସ୍ଫାରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ୱାଜିର ଆକବର ଖାନ୍ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନା ପରେ ଲୋକମାନେ ମସଜିଦ ବାହାରକୁ ବାହାରିବା ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି କାବୁଲ ପୋଲିସ ମୁଖପାତ୍ର ଖଲିଦ ଜଦରାନ କହିଛନ୍ତି। ଏହି ବିସ୍ଫୋରଣରେ ୪୧ ଜଣ ଆହତ ହୋଇଛନ୍ତି। ଆଜିର ଆକ୍ରମଣ ପଛରେ ଆଇଏସ୍ ଆତଙ୍କବାଦୀ ସଂଗଠନର ହାତ ଥିବା ଚର୍ଚ୍ଚା ହେଉଛି |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..