ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି | ବିସ୍ଫାରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ୱାଜିର ଆକବର ଖାନ୍ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନା ପରେ ଲୋକମାନେ ମସଜିଦ ବାହାରକୁ ବାହାରିବା ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି କାବୁଲ ପୋଲିସ ମୁଖପାତ୍ର ଖଲିଦ ଜଦରାନ କହିଛନ୍ତି। ଏହି ବିସ୍ଫୋରଣରେ ୪୧ ଜଣ ଆହତ ହୋଇଛନ୍ତି। ଆଜିର ଆକ୍ରମଣ ପଛରେ ଆଇଏସ୍ ଆତଙ୍କବାଦୀ ସଂଗଠନର ହାତ ଥିବା ଚର୍ଚ୍ଚା ହେଉଛି |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..