ରିପୋର୍ଟ କାର୍ଡ / ଭୁବନେଶ୍ୱର
୯ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଶ୍ରାଦ୍ଧ । ଏହି ଶ୍ରାଦ୍ଧ ଦେବାର ଆଧ୍ୟାତ୍ମିକ ପୁଣ୍ୟ ଦୁଇ ପକ୍ଷଙ୍କ ପାଇଁ ଉପକାରୀ । ଶ୍ରାଦ୍ଧ ଦେଲେ ମାନସିକ ଶାନ୍ତି ମିଳେ ବୋଲି ବହୁ ମତ ପ୍ରକାଶ ପାଇଛି । ଥିଙ୍କର୍ସ କ୍ଳବର୍ ୪୨ ତମ ଆଭାଶି ଆଲୋଚନାରେ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ଆଇ. ଏ.ଏସ କହିଲେ ଏହା ବିଶ୍ୱାସ ର କଥା ।ପିତା ମାତାଙ୍କ ପ୍ରତି ଶ୍ରଦ୍ଧା ରହିବା ଦରକାର ।ସଭାରେ ଅଧ୍ୟକ୍ଷତା କରି କ୍ଲବର୍ ସଭାପତି ବରଦା ଦାସ ସତ୍ୟର ସନ୍ଧାନ ପୁସ୍ତକରୁ ଶ୍ରାଦ୍ଧ ସମ୍ପର୍କରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଲିଖିତ ମତ କୁ ପାଠ କରି ଆଲୋଚନା କରିଥିଲେ ।ଶ୍ରାଦ୍ଧ ସମ୍ପର୍କରେ ଏକ ଆଲୋଚନା ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ତର୍ପଣ ଦେବାର ବିଭିନ୍ନ ପଦ୍ଧତି ସମ୍ପର୍କରେ ଚିନ୍ତ।ନ।ୟକ ମାନେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ ।ସେମାନେ ହେଲେ ସୁଇଜରଲ୍ୟାଣ୍ଡ ରୁ ସେଶଦେବ ମିଶ୍ର, ମାଲେସିଆ ରୁ ରୀଙ୍ଗୋ ରଙ୍ଗାଧର ,ବାହାରିନ ରୁ ସୁବାସ ସାହୁ, ମୁମ୍ବାଇରୁ ଭଗବାନ ପଣ୍ଡା, ପ୍ରଫେସର ଉମାଶଙ୍କର ମିଶ୍ର, ଇ ନନ୍ଦ ନନ୍ଦନ ଦାସ,ହରିଶଙ୍କର ମିଶ୍ର ,ବାଙ୍ଗାଲୋର ରୁ ବାଲ୍ମୀକି ନାୟକ, ଗୋପାଳ ମହାପାତ୍ର,ନିମାଇଁ ସ୍ବାଇଁ,ମଧ୍ୟ ପ୍ରଦେଶ ରୁ ଲ କଲେଜ ଅଧ୍ୟକ୍ଷ ଡ୍ ରଜତ ଶତପଥୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ସଭାର ବୈଷ ୟିକ ପରିଚାଳନା ବେଙ୍ଗାଳୁରୁ ରୁ ବିଭୁଦତ୍ତ ମହାନ୍ତି କରିଥିଲେ ।ଆସନ୍ତା ଶୁକ୍ରବାର ସାଧୁ,ସନ୍ୟାସୀ ଓ ବାବାଜୀ ମାନଙ୍କ ସମ୍ବନ୍ଧରେ ଆପଣଙ୍କ ମନ୍ତବ୍ୟ ଉପରେ ଆଲୋଚନା କରାଯିବ ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……