ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବଢିବଢି ଚାଲିଛି ଆତ୍ମହତ୍ୟା | ପ୍ରତେକ ଦିନ ଲୋକ ଆତ୍ମହତ୍ୟା ଭଳି ପନ୍ଥା ଆପଣାଉଛନ୍ତି | ରାଜଧାନୀ ଭୁବନେଶ୍ୱରରେ ବଢି ଲାଗିଛି ଆତ୍ମହତ୍ୟା ଘଟଣା । ଆଜି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଘଟଣାଟି ସାମ୍ନାକୁ ଆସିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ। ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ସୂଚନା ଥାଉକି ୮ ବର୍ଷ ତଳେ ଖୋର୍ଦ୍ଧାର ରତୀକ ଦାଶ୍ଙ୍କୁ ବିବାହ କରିଥିଲେ । ପ୍ରିୟଙ୍କାଙ୍କ ଘର ଢେଙ୍କାନାଳରେ । ତାଙ୍କର ସ୍ୱାମୀ ଓ ଦୁଇ ଛୁଆ ଅଛନ୍ତି । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……