ରିପୋର୍ଟ କାର୍ଡ / ପୁରୀ
ଆଜି ହେଉଛି ପବିତ୍ର ମହାଳୟା । ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ଆଜି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ପରମ୍ପରା ରହିଛି। ଭାଦ୍ରବ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ବିଶେଷ କରି ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ ସହ ତର୍ପଣ କରାଯାଉଥିବାରୁ ପୁରୀରେ ଏଥିପାଇଁ ବହୁତ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ଶ୍ରୀମନ୍ଦିରରେ ଆଜି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେବ। ଶ୍ରୀଗୁଣ୍ଡିଚା ଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ନେଇ ନଥିବାରୁ ଏହି ଗୁପ୍ତ ଗୁଣ୍ଡିଚା ଆୟୋଜନ ହୋଇଥାଏ ବୋଲି ଲୋକକଥା ରହିଛି। ଅଭିମାନିନୀ ମା ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ଡିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି।






More Stories
ମା’କୁ ଜାଳିଦେଲେ ପୁଅ…..
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……