ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି । ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି । ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ଏବଂ ସ୍ବେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା । ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି । ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ(ଆଇଟିଆର) ର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍ ଅଫ୍ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।






More Stories
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……