Report Card Odisha

| Daily Odia News

ମଦପିଇ ସ୍କୁଲରେ ଗଡୁଛନ୍ତି ଶିକ୍ଷକ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ

ବିଦ୍ୟାଳୟକୁ ପିଲାମାନେ ନିଜର ଭବିଷ୍ୟତ ଗଢିବାକୁ ଆସିଥାନ୍ତି | କିନ୍ତୁ ଯଦି ସାର୍ ନିଶାରେ ରହିବେ ତେବେ ପିଲାଙ୍କୁ କିଏ ପାଠ ପଢାଇବ | ଯଦି ଶିକ୍ଷକ ମଦ ପିଇ ଆସନ୍ତି ଓ କ୍ଲାସ ରୁମରେ ଶୋଇପଡନ୍ତି ସେଠି ପିଲାଙ୍କ ଭବିଷ୍ୟତ କଣ ସେନେଇ ପ୍ରଶ୍ନ ବାଛି ସୃଷ୍ଟି କରୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ କୁଲାବିରା କିଶାନ ପଡା ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପଟେଲ ଗତକାଲି ମଦ୍ୟପାନ କରି ସ୍କୁଲକୁ ଆସିବା ପରେ ପିଲାଙ୍କୁ ପଢାଇବେ କଣ ତଳେ ଶୋଇପଡିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା କେବଳ ଗୋଟିଏ ଦିନର ନୁହେଁ ପ୍ରାୟ ସବୁ ସମୟରେ ଶିକ୍ଷକ ଜଣକ ଏଭଳି ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସିଥାନ୍ତି । ପିଲାଙ୍କୁ ମାଡପିଟ ମଧ୍ୟ କରିଥାନ୍ତି । ଏପରିକି ବିଦ୍ୟାଳୟର ସହ ଶିକ୍ଷୟତ୍ରୀଙ୍କୁ ଅନେକ ସମୟରେ ଗାଳିଗୁଳଜ ମଧ୍ୟ କରିଥାନ୍ତି । ତେବେ ଗତକାଲି ଶିକ୍ଷକ ଜଣକ ଏଭଳି ମଦ ପିଇ ଶୋଇଥିବା ବେଳେ ତାଙ୍କ ପୁଅ ଖବର ପାଇ ବିଦ୍ୟାଳୟକୁ ଆସିଥିଲେ ଏବଂ ନିଜ ବାପାକୁ ଉତ୍ତମ ମଧ୍ୟମ ଦେଇ ଘରକୁ ନେଇ ଯାଇଥିଲେ । ତେବେ ଏସମ୍ପର୍କରେ ସଂପୃକ୍ତ ଶିକ୍ଷକ କିମ୍ବା ଶିକ୍ଷା ବିଭାଗର ଅଧିକାରୀ ପ୍ରତିକ୍ରିୟା ବର୍ତ୍ତମାନ ମିଳିପାରିନାହିଁ ।

 

Breaking News