ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳରେ ଭୟଙ୍କର ବସ୍ ଦୁର୍ଘଟଣା ହୋଇଛି । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ହୋଇଛି । ପାଲକ୍କଡ ଜିଲ୍ଲାର ଭାଦକାନଚେରୀ ଠାରେ ଦୁଇଟି ବସ୍ ଦ୍ରୁତଗତିରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏର୍ନାକୁଲାମର ମୁଲାନଥୁରୁଥରେ ବେସେଲିଅସ୍ ସ୍କୁଲର ଛାତ୍ରମାନଙ୍କୁ ନେଇ ଏକ ବସ୍ ଯାଉଥିଲା । ସେହି ସମୟରେ ପାଲକ୍କଡ ଜିଲ୍ଲାର ଭାଦକାନଚେରୀ ଠାରେ ଏକ କେଏସଆରଟିସି ଟୁଇରିଷ୍ଟ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ୪୦ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କେଏସଆରଟିସି ଟୁଇରିଷ୍ଟ ବସରେ ମୋଟ୍ ୪୯ଜଣ ଯାତ୍ରୀ ଥିଲେ । ପାଞ୍ଚଜଣ ଶିକ୍ଷକ, ଦୁଇଜଣ କର୍ମଚାରୀ ଓ ଅନ୍ୟ ସମସ୍ତେ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୧୨ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେହିପରି ମୃତକଙ୍କ ମଧ୍ୟରେ କେଏସଆରଟିସି ବସର ୩ ଜଣ ଯାତ୍ରୀ ଏବଂ ଟୁରିଷ୍ଟ ବସର ୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..