ରିପୋର୍ଟ କାର୍ଡ / ତେଲକୋଇ
ଋଣ ଭାର ସୁଝିନପାରି ଫାଶୀ ଲଗାଇ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼। ସୂଚନାନୁଯାୟୀ, ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ଟାଟା ଫାଇନାନ୍ସରୁ ଋଣ କରି ଏକ ୧୨ ଚକିଆ ଟ୍ରକ ଆଣି ଲୁହାପଥର ଖଣିରେ ଭଡ଼ା ଟାଣୁଥିଲେ। ପ୍ରାୟ ୬ ମାସ ହେବ ଲୁହାପଥର ଲୋଡିଂ ବନ୍ଦ ଥିବାରୁ ଗାଡି ଘରେ ଠିଆ ହୋଇ ରହିଥିଲା। ଫଳରେ ସେ ୪ ମାସ ହେବ ଟ୍ରକର ମାସିକିଆ କିସ୍ତି ଦେଇ ପାରିନଥିଲେ। ଫାଇନାନ୍ସ କମ୍ପାନୀର ତାଗିଦ ତାଙ୍କୁ ବିଚଳିତ କରିଥିଲା। ଗତକାଲି ବିଳମ୍ବିତ ରାତିରେ ମୁକୁନ୍ଦ ଟ୍ରକ ନିକଟରେ ଗୋଟିଏ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବହୁ ଯୁବକ ଟ୍ରକ ବେପାର କରି ଗୁଜରାଣ ମେଣ୍ଟାଉଥିବା ବେଳେ ଲୁହାପଥର ଲୋଡିଂ ବନ୍ଦ ଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଗାଡି ମାଲିକ। ଗାଡି ନଚାଲିବାରୁ ଫାଇନାନ୍ସ କମ୍ପାନୀକୁ କିସ୍ତି ଦେଇ ପାରୁନାହାଁନ୍ତି। ଫଳରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..