Report Card Odisha

| Daily Odia News

ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ…..

ରିପୋର୍ଟ କାର୍ଡ / ଗଂଜାମ

ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ପୋଲିସ କୁ ନ ଜଣାଇବା ପାଇଁ ଧମକ ଦେଇ ତିନି ରାଉଣ୍ତ ଫାଙ୍କା ଗୁଳି ଚାଳଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗନ୍ତ ଆଇତିପୁର ଗାଁରେ। ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ- ଗତକାଲି ବିଳମ୍ବିତ ରାତିରେ ୧୦ରୁ ୨୦ ଦୁର୍ବୃତ୍ତ ଆଇତିପୁର ଗାଁର ରମେଶ ପଲେଇଙ୍କ ଘରେ ପଶି ଅଶ୍ଲିଳ ଭାସାରେ ଗାଳି ଗୁଲଜ କରିଥିଲେ। ପରେ ଖଣ୍ଡାରେ ରମେଶଙ୍କୁ ଆକ୍ରମଣ କରିଥିଲେ। ରମେଶଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଦୁର୍ବୃତ୍ତଙ୍କ କବଳରୁ ବଞ୍ଚାଇବାକୁ ଯାଇ ନିଜେ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ରମେଶଙ୍କ ସହିତ ଝିଅ ସାଗରିକା ପ୍ରଧାନ, ବୋହୂ ଲଳିତା ପଲେଇ ଓ ଭାଇ ବୋହୂ ବିଜ୍ଞାନୀ ପଲେଇ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଯୁବକମାନେ ଏବିଷୟରେ ପୁଲିସକୁ ନ ଜଣାଇବା ପାଇଁ ଧମକ ଦେଇଥିଲେ। ପରେ ତିନି ରାଉଣ୍ତ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ୪ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ପରିବାର ପରିବାର ଲୋକେ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Breaking News