ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଦ୍ଵିତୀୟ ଦିନ । ଗତକାଲି ଥିଲା ପ୍ରଥମ ଦିନ, କେହି ପାର୍ଥିପତ୍ର ଦାଖଲ କରି ନାହାନ୍ତି । କୌଣସି ଦଳ ନିଜର ପାର୍ଥି ଘୋଷଣା କରି ନାହାନ୍ତି କିନ୍ତୁ ସବୁ ଦଳ ଏବେ ପ୍ରଚାର ଆରମ୍ଭ କଲେଣି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବ୍ଲକରେ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତିଙ୍କ ସହ ବହୁ ବରିଷ୍ଠ ନେତା ଭଦ୍ରକରେ ଡେରା ପକାଇଛନ୍ତି । ସେହିପରି ଗତକାଲି ବିଜେଡି ମଧ୍ୟ ମାରାଥନ ବୈଠକ କରିଛି ଧାମନଗରରେ । ରାଜ୍ୟସଭା ସଦସ୍ୟ ସୁଲତା ଦେଓ ଓ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଅନ୍ୟପଟେ ଜନସମ୍ପର୍କ ପଦଯାତ୍ରାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଅଧକ୍ଷ ଅଶୋକ ନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..