ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମ୍କୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ନେଇ କଲେଜିୟମରେ ଦେଖାଦେଇଥିବା ମତଭେଦ ଏବେ ଚର୍ଚ୍ଚାରେ ରହିଛି। ପ୍ରଧାନ ବିଚାରପତି ୟୁ ୟୁ ଲଲିତଙ୍କ ପକ୍ଷରୁ ସୁପାରିସ ପାଇଁ ଯେଉଁ ୪ ନାମ ପଠାଯାଇଥିଲା ତାହାକୁ କଲେଜିୟମର ଦୁଇ ଜଣ ସଦସ୍ୟ ବିରୋଧ କରିଛନ୍ତି। ପ୍ରଧାନ ବିଚାରପତି ୫ ଜଣିଆ କଲେଜିୟମର ଅନ୍ୟ ବିଚାରପତିଙ୍କୁ ପତ୍ର ଲେଖି ସୁପ୍ରିମ୍କୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ନେଇ ସହମତି ଲୋଡ଼ିଥିଲେ। ତେବେ ବିଚାରବିମର୍ଶ ନକରି ଏଭଳି ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ଠିକ୍ ନୁହେଁ ବୋଲି ଦର୍ଶାଇ ୨ ଜଣ ବିଚାରପତି ତାଙ୍କ ମତ ରଖିବା ପରେ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ଏ ବାବଦ ସୁପାରିସ ପଠାଯିବା ସମ୍ଭାବନା ମଉଳି ଯାଇଛି। ପ୍ରଧାନ ବିଚାରପତି କଲେଜିୟମକୁ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ କରିବାକୁ ପ୍ରସ୍ତାବ ପଠାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ବୈଠକରେ ୧୧ ଜଣଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା। ପ୍ରଧାନ ବଚାରପତି ଯେଉଁ ୪ ଜଣଙ୍କ ନାମ ଉପରେ ସହମତି ମାଗିଥିଲେ ସେମାନଙ୍କ ମଧ୍ୟରେ ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଆଉ ଜଣେ ସୁପ୍ରିମ୍କୋର୍ଟର ଓକିଲ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..