ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ ଏଥିଲାଗି କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରିବ। ଅର୍ଚ୍ଚନା ନାଗଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଖାଲି ସେତିକିନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୋଲିସ । ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୋଲିସ । ବିଶେଷ କରି କେଉଁମାନଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କଠାରୁ କେତେ ଟଙ୍କା ଲଟିଛନ୍ତି, ସେନେଇ ବି ଖୋଳତାଡ଼ କରିବ ପୋଲିସ । ଓଲିଉଡ୍ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ପୀଡ଼ିତା ଖଣ୍ଡଗିରି ଥାନାରେ ମହିଳା ଆଇନଜୀବୀ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ବୋଲି ଅଭିଯୋଗ କରିବା ପରେ ରାଣୀ ମହୁମାଛି ଅର୍ଚ୍ଚନା ନାଗକୁ ଖଣ୍ଡଗିରି ଥାନା ପୋଲିସ ପଳାସୁଣୀ ସତ୍ୟବିହାରସ୍ଥିତ ବାସଭବନରୁ ଗତକାଲି ଉଠାଇଥିଲା।ପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଅର୍ଚ୍ଚନାଙ୍କ ବିରୋଧରେ ପୋଲିସ କେସ୍ ନମ୍ବର-୪୯୬/୨୨ ମାମଲା ରୁଜୁ କରିଛି। ଅର୍ଚ୍ଚନାଙ୍କ ପାଖରୁ ଜବତ ହୋଇଥିବା ମୋବାଇଲ୍ରେ ଅନେକ ପ୍ରତିଷ୍ଠିତ ଲୋକଙ୍କ ଅଶ୍ଳୀଳ ଭିଡିଓ ଥିବା କୁହାଯାଉଛି।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……