ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଜାରିରଖିଚି ଭିଜିଲାନ୍ସ । ସୂଚନା ଅନୁସରେ- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ସ୍ଥିତ ଅଫିସ, କଟକ ସିଡିଏ ସ୍ଥିତ ତିନି ମହଲା ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ତାଙ୍କ ବନ୍ଧୁଙ୍କ ଘର, ଜଟଣୀ କଣ୍ଟିଲୋ ସ୍ଥିତ ଫ୍ଲାଟ୍, ଜଗତସିଂହପୁର କୁଜଙ୍ଗ ସ୍ଥିତ ପୈତୃକ ଘରେ ଚାଲିଛି ଚଢାଉ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଚାଲିଛି ରେଡ୍ । ଏହି ଚଢାଉରେ ୩ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର, ୨ ଜଣ ସବ୍ ଇନସ୍ପେକ୍ଟର, ୫ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..