ରିପୋର୍ଟ କାର୍ଡ / ପୁରୀ
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ। ଏକ ମାସ ଧରି ଚାଲିବାକୁ ଥିବା କାର୍ତ୍ତିକ ବ୍ରତରେ ହବିଷ୍ୟାଳୀମାନେ ଚଉରାମୂଳେ ରାଧା ଦାମୋଦର ପୂଜା କରିବା ସହ ହବିଷ ପାଳନ କରିବା ଆରମ୍ଭ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ଥିବାରୁ ହବିଷ୍ୟାଳୀମାନଙ୍କ ଭିଡ଼ ଜମିଛି। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ବ୍ରତଧାରୀ ମାନେ ନିଜ ନିଜ ଘରେ ରହି ଏହି ବ୍ରତ ପାଳନ କରିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତ ଧାରିଣୀ ଙ୍କ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ତେଣୁ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଜମିଛି ପୁରୀ ସହରରେ। ବିଭିନ୍ନ ମଠ ବାଡ଼ି, ଧର୍ମଶାଳା ଓ ସରକାରୀ ହବିଷ୍ୟାଳୀ ଶିବିରରେ ବହୁସଂଖ୍ୟାରେ ହବିଷ୍ୟାଳୀ ପହଞ୍ଚିଛନ୍ତି। ହବିଷ୍ୟାଳୀମାନେ କିଭଳି ପୁରୀରେ ରହି ସୁରୁଖୁରୁରେ ଏହି ବ୍ରତ କରିବେ ସେନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଚଳିତ ବର୍ଷ ପ୍ରାୟ ୩ ହଜାର ହବିଷ୍ୟାଳି ପାଞ୍ଚଟି ଶିବିରରେ ରହିଛନ୍ତି । ହବିଷ୍ୟାଳୀ ମାନଙ୍କ ରହିବା, ମହାପ୍ରସାଦ ସେବନ, ଶ୍ରୀଜୀଉଙ୍କ ଦର୍ଶନ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ପାଇଁ ହୋଇଛି ବ୍ୟବସ୍ଥା।






More Stories
ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ..…
୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି…..
ମମତାଙ୍କ ବିରୋଧରେ ମାମଲା ରୁଜୁ…..