ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୟୁକ୍ରେନର ରାଜଧାନୀ କ୍ୱିଭ୍ରେ ରୁଷିଆ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କ୍ଷେପଣାସ୍ତ୍ର ମାଡ଼ରେ ପ୍ରଚଣ୍ଡ ଶବ୍ଦ ସହିତ ଉଚ୍ଚ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ବିସ୍ଫୋରଣ ପରେ ବହୁତ କ୍ଷୟକ୍ଷତି ହୋଇଛି | ଆଜି କିବ୍ରେ ଅନ୍ୟୂନ ୫ଟି ବିସ୍ଫୋରଣ ହୋଇଛି। ରୁଷରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ଯୁଦ୍ଧକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହା ସହିତ ଯୁଦ୍ଧ ତାଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ପାଲଟିଛି। ପୁଟିନଙ୍କର ବର୍ତ୍ତମାନ କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି ଯେ ସେ ଏହି ଯୁଦ୍ଧ ଆଧାରରେ ନିଜ ଦେଶର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ରୁଷିଆ କ୍ରମାଗତ ଭାବରେ ବହୁ ସଂଖ୍ୟକ ସୈନିକଙ୍କୁ ହରାଉଥିବା ସତ୍ତ୍ୱେ ଏହି କାରଣରୁ ସେ ପଛକୁ ଫେରି ନାହାଁନ୍ତି। ଏତେ ନିରାଶାର ସମ୍ମୁଖୀନ ହେବା ପରେ ମଧ୍ୟ ପୁଟିନ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିବାରୁ ଏହି ଲଢ଼େଇ ଶେଷ ହେଉ ନାହିଁ। ଏହା ସହିତ ପୁଟିନ ଏବେ ଶେଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।
More Stories
କରୁର୍ ଦଳାଚକଟା ଘଟଣା:ତଦନ୍ତ ପାଇଁ ଏସ୍ଆଇଟି ଗଠନ…..
ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ……
ଏସଆଇ ପରୀକ୍ଷା ଜାଲିଆତି:ସିଲିକନ ସିଇଓଙ୍କୁ ଜେରା…..