ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି | ତେବେ ଅକ୍ଟୋବର ୧ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ନମ୍ବର ପ୍ଲେଟ୍ ସ୍ଲଟ ବୁକିଂରେ ସମସ୍ୟା ଦେଖାଦେଇଥିଲା । ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନମ୍ବର ପ୍ଲେଟ ଯୋଗାଇ ଦିଆଯାଇ ପାରିନଥିଲା । ଏହାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଭିତ୍ତିଭୂମି ବ୍ୟବସ୍ଥା ନଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ଫଳରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନମ୍ବର ପ୍ଲେଟ୍ ସମୟସୀମା ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ଦେଖାଦେଇଛି ସମସ୍ୟା । ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହା ସମସ୍ୟା ହୋଇଛି । ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ବିହିତ ପଦକ୍ଷେପ ନେବାକୁ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
More Stories
ଓଡିଶାକୁ ମିଳିଲା ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି ୪୬୦୧ କୋଟି…..
ଜେଲରୁ କଏଦୀ ଚମ୍ପଟ:ଦୁଇ ୱାର୍ଡର ନିଲମ୍ବିତ…..
ଗଜପତିରେ ଲଗାଣ ବର୍ଷା:ରିଲିଫ୍ କମିଶନରଙ୍କୁ ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ……