ରିପୋର୍ଟ କାର୍ଡ / କୋଲକାତା
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ‘ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ’ର ପୂର୍ବତନ ସଭାପତି ତଥା ‘ତୃଣମୂଳ କଂଗ୍ରେସ’ର ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି। ଦୁର୍ନୀତି ବିଷୟରେ ଜେରା କରିବା ପରେ କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଗତ ଜୁନ୍ ମାସରେ କୋଲକାତା ହାଇକୋର୍ଟ ତାଙ୍କୁ ‘ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ’ ପଦର ହଟାଇ ଦେଇଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ପରେ ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ତୃଣମୂଳ କଂଗ୍ରେସ ବିଧାୟକ। ଉପରୋକ୍ତ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ନେଇ ଅଗଷ୍ଟ ମାସରେ ‘ସିବିଆଇ’ ଭଟ୍ଟାଚାର୍ଯ୍ୟଙ୍କ ନାଁରେ ‘ଲୁକ୍ଆଉଟ୍’ ନୋଟିସ୍ ଜାରି କରିଥିଲା। ଏହି ମାମଲାର ତଦନ୍ତ କରୁଥିବା ଇଡି କହିଛି ଯେ, ଭଟ୍ଟାଚାର୍ଯ୍ୟ ଲାଞ୍ଚ ସଂଗ୍ରହରେ ସମ୍ପୃକ୍ତ ଥିବା କଥା ତାଙ୍କ ‘ହ୍ବାଟ୍ସ୍ଆପ୍ ଚାଟ୍ ହିଷ୍ଟ୍ରି’ ଏବଂ କଥୋପକଥନରୁ ଜଣାପଡୁଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..