ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଆୟର ଧାରା ଅବ୍ୟାହତ ରହିବ। ଗର୍ଭପୂରା ଭୋଜନରେ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଲାଭବାନ୍ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ : ଧର୍ମଧ୍ବଜାଧାରୀ ହେବେ। ପରୋପକାରରେ ଧନ ବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଭାଷା ମଧୁର ଓ ସ୍ନେହପୂର୍ଣ୍ଣ ହେବ। ପାପ, ତାପ, ପରିବାହକ ହେବେ।
ମିଥୁନ : ଈପ୍ସିତ ଅର୍ଥ ହସ୍ତଗତ ହେବ। ଜ୍ଞାନ ପିପାସୂ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ବାତନ୍ତ୍ର ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସରକାରୀ ସ୍ତରରୁ ସମ୍ମାନ ଓ ଧନପ୍ରାପ୍ତ ହେବେ।
କର୍କଟ : ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଅଜ୍ଞାନ ଅନ୍ଧକାରକୁ ଉଳମୟ କରିପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ନିର୍ମଳ ରହିଛି।
ସିଂହ : ଯତ୍ନ, ଅଧ୍ୟବସାୟ ଓ ପ୍ରଗାଢ଼ ଉଦ୍ୟମ ଚଳାଇ କ୍ଷମତାଧାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମହାପ୍ରଭୁଙ୍କ ଶରଣାଗତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା : ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେଲେ ସଙ୍କଟ ଦୂର ହେବ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଅଦିନିଆ ଝଡ଼ ଆଗରେ ମୁଣ୍ଡ ନୁଅଁାଇ ମହାବିପଦରୁ ଉଧୁରି ଯିବେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।
ତୁଳା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ମଙ୍ଗଳମୟ ହେବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ସହଯୋଗୀ ଭାବେ କାର୍ଯ୍ୟ କରିବେ। ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ।
ବିଛା : ସତ୍ ପରାୟଣ ହେବେ। ସ୍ଥଳ ବିଶେଷରେ ମନର ଆବେଗକୁ ବ୍ୟକ୍ତ କରିପାରନ୍ତି। ବାହ୍ୟ ଖର୍ଚ୍ଚକୁ ସୀମିତ ରଖିପାରନ୍ତି। ଆପଣଙ୍କ କାର୍ଯ୍ୟକଳାପ ଶତ୍ରୁମାନଙ୍କୁ ନିରସ୍ତ୍ର କରିପାରେ। କର୍ମଚଞ୍ଚଳ ହେବେ।
ଧନୁ : ଅଧ୍ୟାପନାର ପ୍ରସ୍ତୁତିସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନକୁ କର୍ମକ୍ଷେତ୍ରରେ ଉପଯୋଗ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର : କୃଷକଙ୍କ ଉନ୍ନତି ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚଳାଇ ପାରନ୍ତି। କର୍ତ୍ତବ୍ୟନିର୍ବାହ କରିବାରେ ପାରଙ୍ଗମ ହେବେ। ଉଦାର ଚରିତ୍ର ସମ୍ପନ୍ନ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ପରେ ସୁଧୁରି ଯିବେ।
କୁମ୍ଭ : ଦିବ୍ୟ ପ୍ରେରଣାଦାୟୀ ହେବେ। ଲେଖନୀ ନିଃସୃତ କାଳଜୟୀ ରଚନା ଆଗାମୀ ପିଢ଼ିକୁ ଦିଗ୍ଦର୍ଶନ ଦେବ। ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଭକ୍ତିରସରେ ଅବରାହନ କରି ସନ୍ତୁଷ୍ଟ ହେବେ।
ମୀନ : ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ବିବିଧ ଉପାୟରେ ଅର୍ଜିତ ଅର୍ଥକୁ ଦରିଦ୍ରଙ୍କ ସେବାରେ ବିନିଯୋଗ କରିପାରନ୍ତି। ନିଷ୍କାମ ଭକ୍ତିସମ୍ପନ୍ନ ହେବେ। ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ସହଯୋଗ ମିଳିବ।






More Stories
ସମ୍ପର୍କରେ ଭଲ ବୁଝାମଣା ରହିବ…..
କାମରେ ସଫଳତା ମିଳିବ……
ଶୁଭଫଳ ମିଳିବ…..